ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ଲୋକେ। ରାଜ୍ୟରେ ୧୧ଟା ପରେ ବାହାରକୁ ବାହାରିବା କଷ୍ଟକର ହେଇପଡ଼ୁଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ। ପ୍ରଚଣ୍ଡ ତାପରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମଧରଣର ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ ଜିଲ୍ଲା ପାଇଁ ଏହି ସୂଚନା ଜାରି ହୋଇଛି। ଏ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ସମେତ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତେବେ ଆସନ୍ତାକାଲି କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ ପବନ ସହ କୁଆପଥର ବର୍ଷା ହେବାର ସମ୍ଭାବନା ବି ରହିଛି।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……