ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ କରୋନା କବଳରେ ଡହଳ ବିକଳ | ବର୍ତ୍ତମନ କରୋନାର ଦ୍ଵିତୀୟ ଲହର ଭୟଙ୍କର ରୂପ ଧାରଣା କରିଛି | ଏହା ଭିତରେ କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଫ୍ରାନ୍ସ୍ ପକ୍ଷରୁ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍ ୟବେସ୍ ଲି ଡ୍ରିଆନ୍ ସୂଚନା ଦେଇଛନ୍ତି। ପ୍ୟାଣ୍ଟେଟ୍ କ୍ଷେତ୍ରରେ ଔଷଧ କମ୍ପାନୀଗୁଡ଼ିକ ପାଇଁ କୋହଳ ମାପଦଣ୍ଡ କରାଗଲେ ଭାକ୍ସିନ୍ ଉତ୍ପାଦନ ବୃଦ୍ଧି ହୋଇପାରିବ। ଆଫ୍ରିକାର ଦେଶ ସମୁହକୁ ଭାକ୍ସିନ୍ ଯୋଗାଇ ଦେବା ଉପାର ସେ ଗୁରୁତ୍ୱାରୋପ କରିଛନ୍ତି। ପୃଥିବୀର ଧନୀ ତଥା ବିକଶିତ ଦେଶଗୁଡ଼ିକ ଗରିବ ଦେଶଙ୍କୁ ଭାକ୍ସିନ୍ ଯୋଗାଣ କ୍ଷେତ୍ରରେ ସହାୟତା କରିବା ଳାଗି ସେ ଆହ୍ବାନ ଦେଇଛନ୍ତି।






More Stories
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..
CJP ଆଗରେ ନଇଁଲେ ସରକାର!….
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……