ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର କୋଭିଡ୍ କେୟାର୍ ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଟଙ୍କା ସହାୟତା ପ୍ରଦାନ କରଛନ୍ତି । ଏହାଛଡା ସେ କୋଭିଡ୍ ହସ୍ପିଟାଲ୍ ପାଇଁ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏ ନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂ ସିର୍ସା ଘୋଷଣା କରିଛନ୍ତି। ଏହାଛଡା ୩୦୦ ଶଯ୍ୟା ବିଶିଷ୍ଟ ଏହି ସୁବିଧାରେ ଆଜିଠୁ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି। ଏହି ଅବଦାନ ପାଇଁ ସେ ବିଗ୍ ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଭାପତି ମନଜିନ୍ଦର ସିଂ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..