ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କର ଆଜି ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ସେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୂଚନାଯୋଗ୍ୟ, ଅମରେନ୍ଦ୍ର ଓଡ଼ିଶା ସଙ୍ଗୀତ ଜଗତରେ ଜଣେ ଜଣାଶୁଣା ସଙ୍ଗୀତଜ୍ଞ ଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଆଲବମ୍ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।






More Stories
‘ଗୋନ୍ଧାଲ’ କୁ ଓସ୍କାର…..
ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କର…..
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..