Report Card Odisha

| Daily Odia News

ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କଲେ ସରକାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ନୂଆଦିଲ୍ଲୀରେ ଲକ ଡାଉନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ବହୁ ଉଦ୍ୟମ ପରେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରାଯାଇପାରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବିଜୟ ମିଳିନାହିଁ ବୋଲି କେଜ୍ରିୱାଲ କହିଛନ୍ତି । କେଜ୍ରିୱାଲ କହିଛନ୍ତି, ଆମେ ଦିଲ୍ଲୀରେ ତାଲାବନ୍ଦକୁ ଧୀରେ ଧୀରେ ଖୋଲିବୁ। ଯେଉଁମାନେ ଅଧିକ ଗରିବ ଶ୍ରେଣୀର, ଶ୍ରମିକ, ପ୍ରବାସୀ ସେମାନଙ୍କୁ ଗୁରୁତ୍ଵ ଦିଆଯିବ । ସୋମବାରଠାରୁ ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖୋଲାଯିବ। ଆଗାମୀ ୧ ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇଟି କ୍ଷେତ୍ର ଖୋଲା ରହିବ ବୋଲି କେଜ୍ରିୱାଲ କହିଛନ୍ତି।

 

Breaking News