ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ନିର୍ବାଚନ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ରହିଥିବା ମମତା ବାନାର୍ଜୀଙ୍କ ଅସନ୍ତୋଷ ମନୋଭାବ ଏବେବି ଦୂର ହୋଇନି । କାରଣ ଆଜି ପ୍ରଧାନମନ୍ତ୍ରୀଙ୍କ ୟାସ ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ ଘଣ୍ଟା ବିଳମ୍ବରେ ପହଁଚିଲେ ମମତା | ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ମୋଦୀଙ୍କୁ ଧରାଇ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପଳାଇଲେ | ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି |
କାରଣ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି | ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଜାଣି ନଥିଲି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ ଡାକିଛନ୍ତି। ଦିଘାରେ ମୋର ଆଉ ଏକ ମିଟିଂ ଥିଲା | ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ଦାଖଲ କରି ୨୦,୦୦୦ କୋଟି ଟଙ୍କାର ସହାୟତା ଦାବି କରିଛି | ଦିଘାର ବିକାଶ ପାଇଁ ୧୦,୦୦୦ କୋଟି ଏବଂ ସୁନ୍ଦରବନ୍ ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କା ଦାବି କରିଛି । ମୁଁ ମୋଦୀଙ୍କୁ କହିଥିଲି ଯେ ରାଜ୍ୟ ଅଧିକାରୀମାନେ ମୋତେ ଭେଟିବାକୁ ଚାହୁଁଛନ୍ତି। ଏହା ପରେ ମୁଁ ତାଙ୍କଠାରୁ ଅନୁମତି ନେଇ ଚାଲିଆସିଥିଲି । ‘ ଏହା ମଧ୍ୟ କୁହାଯାଉଛି ଯେ, ବୈଠକକୁ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଆମନ୍ତ୍ରିତ କରିବା ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ। ବୈଠକରେ ଯୋଗ ଦେବା ନୁହେଁ କେବଳ କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ହେଲେ ଶୁଭେନ୍ଦୁ ଅଧିକାରୀଙ୍କୁ ବୈଠକରେ ଆମନ୍ତ୍ରିତ କରିବା ନେଇ ମମତା ରାଗି ଚେଇଁ ଉଠିଥିଲେ ବୋଲି ସୂଚନା ମିଳିଥିଲା ।
More Stories
ତାମିଲନାଡୁରେ ଭୂସ୍ଖଳନ,୭ ମୃତ୍ୟୁ…..
୯ ହିନ୍ଦୁ ଗିରଫ କଲା ବାଂଲାଦେଶ ପୋଲିସ….
ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା…..