ରିପୋର୍ଟ କାର୍ଡ / ହାଇଦ୍ରାବାଦ
କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ଯାଏଁ କରୋନା କର୍ଫ୍ୟୁ ବୃଦ୍ଧି କରାଯାଇଛି । ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ “ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।” ଆଜି କର୍ଫ୍ୟୁର ଅବଧି ଶେଷ ହେବାର ଥିଲା। ବର୍ତ୍ତମାନ ଏହି ଅବଧିକୁ ଆହୁରି ୧୦ ଦିନ ଯାଏ ବୃଦ୍ଧି କରାଯାଇଛି। ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି କଟକଣା କୋହଳ ରହିବ ବୋଲି କହିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୪୦୦ ନୂଆ କରୋନା ମାମଲା ରହିଥିବା ବେଳେ ୨୧,୧୩୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ୯୪ ଜଣଙ୍କ ମୃତ୍ୟୁ ଘଟିଛି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..