ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର କରୋନା ସ୍ଥିତିକୁ ଦେଖି ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା ହୋଇଛି। ଆଜି ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଥିଲେ। ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ସମ୍ଭବ କି ନୁହେଁ ତାହା ସମୀକ୍ଷା କରିଥିଲେ। ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେଇ ମତାମତ ରଖିଥିଲେ। ସମୀକ୍ଷା ବୈଠକ ପରେ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରାଯଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାସ୍ଥ୍ୟ ସହିତ କୌଣସି ବୁଝାମଣା ହେବ ନାହିଁ। ସ୍ବାସ୍ଥ୍ୟକୁ ସବୁବେଳେ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କୁ ଅନ୍ଲାଇନ କିମ୍ବା ଅଫଲାଇନରେ ପରୀକ୍ଷା କରାଇବା ସମ୍ଭବ ନୁହେଁ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା । ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବୁଝାବଣା ନାହିଁ । ତେବେ ପୂର୍ବ ବର୍ଷ ଭଳି ଯେଉଁମାନେ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ ପରୀକ୍ଷା ଦେଇପାରିବେ, ମାତ୍ର କରୋନା ସ୍ଥିତି ସୁଧୁରିଲା ପରେ ।
More Stories
ରାହୁଲଙ୍କ ଭିଏତନାମ ଗସ୍ତକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ…..
ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ,ପରିଚୟ ଦେଉଥିଲେ ପି.କେ ମିଶ୍ରଙ୍କ ପୁଅବୋହୂ…..
ନଦୀକୁ ଖସିଲା ଟ୍ରକ୍,୬୦ରୁ ଉର୍ଦ୍ଧ୍ବ ମୃତ……