ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷରେ ସରକାରଙ୍କ ନୂଆ ସୂଚନା ପ୍ରଯୁକ୍ତି ଆଇନ ମାନିବାକୁ ରାଜିହେଲା ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି । କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର ଲୋକମାନଙ୍କୁ ଆଲୋଚନାର ଏକ ପ୍ରମୁଖ ମଂଚ ପ୍ରଦାନ କରିବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ । ବିଶ୍ବ ଏବେ ସମ୍ମୁଖୀନ ହେଉଥିବା ଜରୁରି ପରିସ୍ଥିତି ଓ ସଂକଟଜନକ ସ୍ଥିତିରେ ଲୋକମାନଙ୍କୁ ଆଲୋଚନା ସୂଚନା ଆଦାନପ୍ରଦାନର ଏକ ମଂଚ ପ୍ରଦାନ କରିବାକୁ ଟ୍ବିଟର ଅଙ୍ଗୀକାରବଦ୍ଧ। ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଟ୍ବିଟର୍କୁ ଗତ ୬ ତାରିଖ ଦିନ କେନ୍ଦ୍ର ସରକାର ଚୂଡ଼ାନ୍ତ ନୋଟିସ୍ ପଠାଇବା ସହ ଚେତାବନୀ ଦେଇଥିଲେ । କଂପାନିର ଡେପୁଟି ଜେନେରାଲ୍ କାଉନ୍ସେଲ୍ ଜିମ୍ ବେକରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ନୋଟିସ୍ ଜାରି କରାଯାଇଥିଲା । ନିୟମ ପାଳନ କରିବାରେ ଯଦି କଂପାନି ବିଫଳ ହେବ ତେବେ ଆଇଟି ନିୟମ ଅଧୀନରେ ମିଳୁଥିବା ସୁରକ୍ଷା କବଚ ହରାଇବ ଏବଂ କଂପାନି ବିରୋଧରେ ଦଣ୍ଡମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..