ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ରୋକିବାପାଇଁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ କେନ୍ଦ୍ର ସରକାର ବ୍ୟବହାର ପାଇଁ ଅନୁମତି ଦେଇଥିଲେ | ଏବେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋଲୋଜିକାଲ୍ ଇ ଲିମିଟେଡକୁ କରୋନା ଟିକା ବାୟୋଲୋଜିକାଲ୍ ଇ ୩୦କୋଟି ଡୋଜ ତିଆରି କରିବା ପାଇଁ ସରକାର କହିଛନ୍ତି | ଏନେଇ ବାୟୋଲୋଜିକାଲ୍ ଇ ଲିମିଟେଡକୁ ୧୫୦୦କୋଟି ଟଙ୍କା ଦିଆଯାଇଛି | ଟିକା ତିଆରି ପରେ ଏହାର ଗୋଟେ ଡୋଜ ୧୫୦ଟଙ୍କା ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି | ତେବେ ସରକାର ୧୮-୪୫ବର୍ଷ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଯୋଜନା କରୁଥିବା ବେଳେ ଏହି ଅଭିଯାନ ପାଇଁ ୫୦,୦୦୦କୋଟି ଟଙ୍କା ଖର୍ଚ ହେବ ବୋଲି ଜଣାପଡିଛି | ୯୪ କୋଟି ଲୋକଙ୍କ ପାଇଁ ୧୮୮ କୋଟି ଡୋଜର ବ୍ୟବସ୍ଥା କରିବାକୁ କେନ୍ଦ୍ର ଆନୁମାନିକ ମୂଲ୍ୟ ୪୫,୦୦୦-୫୦,୦୦୦ କୋଟି ମଧ୍ୟରେ ଖର୍ଚ କରିବ ବୋଲି ସୂଚନା ମିଳିଛି |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..