Report Card Odisha

| Daily Odia News

ଗଣଦୁଷ୍କର୍ମ କରି ସୋସିଆଲ୍‌ ମେଡିଆରେ ଛାଡିଲେ ଭିଡିଓ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ଗଣଦୁଷ୍କର୍ମର ଶିକାର ହେଲା ନାବାଳିକା | ଗାଁରେ ଚାଲିଥିଲା ବାହା ଘର । ଏହି ଅବସରରେ ସାଙ୍ଗସାଥିଙ୍କ ସହ ମିଶି ଖେଳୁଥିଲା ୧୨ ବର୍ଷୀୟ ଝିଅ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୬ ଜଣ ଅଭିଯୁକ୍ତ ଗାଁ ସ୍କୁଲ୍‌କୁ ନେଇ ସେଠାରେ ଦୁଷ୍କର୍ମ କରିବା ସମୟର ଭିଡିଓ ନିଜ ନିଜ ମୋବାଇଲ୍‌ରେ ସୁଟ୍‌ ମଧ୍ୟ କରିଥିଲେ । ଏହା ପରେ ଭିଡିଓକୁ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲେ ଅଭିଯୁକ୍ତ । ଭିଡିଓ ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ପିତା ମାତା ଘଟଣା ବିଷକ୍ଷୟରେ ଜାଣିଥିଲେ। ପୀଡ଼ତା ମଧ୍ୟ କଷ୍ଟ ଅନୁଭବ କରୁଥିବା ନେଇ ଅଭିଯୋଗ କରିବା ପରେ ସମସ୍ତ ଘଟଣା ସ୍ପଷ୍ଟ ହୋଇଥିଲା। ଏହା ପରେ ପୀଡ଼ିତାଙ୍କ ଅଭିଭାବକ ଥାନାର ଦ୍ବାରସ୍ଥ ହୋଇଥି​‌ଲେ। ତେବେ ସବୁଠୁ ଆଶ୍ଚର୍ଜ୍ୟର କଥା ୬ ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ନାବଳକ ହୋଇଥିବା ବେଳେ ସେମାନଙ୍କ ବୟସ ୧୦-୧୨ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଅଭିଯୁକ୍ତ ୧୮ ବର୍ଷର ବୋଲି ପୋଲିସ କହିଛି। ୫ ନାବଳକଙ୍କୁ ବାଳ ସୁଧାର ଗୃହ ନିଆଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବ ବୋଲି ଜଣାପଡ଼ିଛି । ଘଟଣାଟି ରେଓ୍ବାଡି ଜିଲ୍ଲାରେ ଘଟିଛି। ଗାଁରେ ଏକ ବାହା ଘର ଚାଲିଥିବା ବେଳେ ନାବାଳିକାଜଣଙ୍କ ବାହାରେ ଖେଳୁଥିଲେ। ୬ ଅଭିଯୁକ୍ତ ତାଙ୍କୁ ଗାଁର ସ୍କୁଲ୍‌କୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ସୁଟ୍‌ କରିଥିଲେ। ଏ ସମସ୍ତ ଘଟଣା ପଛରେ ସାବାଳକ ଅଭିଯୁକ୍ତର ହାତ ଥିବା କୁହାଯାଉଛି। ଘଟଣା ଭିଆଇବା ପରେ ସମସ୍ତ ଅଭିଯୁକ୍ତ ଘରକୁ ଚାଲିଯାଇଥିଲେ। ସେପଟେ ପୀଡ଼ିତା ନିଜ ପରିବାରକୁ ଏ ସମ୍ପର୍କରେ କିଛି କହିନଥିଲେ। ଏହା ପରେ ଅଭିଯୁକ୍ତ ସୁଟ୍‌ କରିଥିବା ଭିଡିଓ ପୀଡ଼ିତାଙ୍କ ପଡ଼ୋଶୀଙ୍କ ଫୋନ୍‌କୁ ଆସିଥିଲା। ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନିପାରିଥିଲେ। ଏହା ପରେ ମହିଳା ପୋଲିସ ଥାନାରେ ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଡିଏସପି ହଂସରାଜ କହିଛନ୍ତି, ୫ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହ ପଠାଇଦିଆଯାଇଛି। ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିନିଆଯିବ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ କାଳ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଘଟଣାରେ କାହାର କେତେ​‌ ଭୂମିକା ସେନେଇ ଯାଞ୍ଚ ହେଉଥିବା ହଂସରାଜ କହିଛନ୍ତି।

Breaking News