ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ ବାହାଘର ସିଜିନ୍ ଚାଲିଛି | ଏକ ବିବାହ ମଣ୍ଡପରେ ବରଙ୍କୁ ଶାଳୀ ଚୁମ୍ବନ ଦେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଯେତେବେଳେ ବିବାହ ସମାରୋହରେ ବରଣମାଳା କାର୍ଯ୍ୟକ୍ରମ ହେଉଥିଲା। ଜଣେ ଜଣଙ୍କୁ ମାଳା ପିନ୍ଧାଇବାର ଥିଲା। ଏହା ପରେ ଫଟୋ ଉଠା ଆରମ୍ଭ ହୋଇଥିଲା। ଠିକ୍ ଏହି ସମୟରେ ବରଙ୍କ ପାଖରେ ବସିଥିଲେ କନ୍ୟାଙ୍କ ସାନ ଭଉଣୀ। ତାଙ୍କ ମନରେ କ’ଣ ଆସିଲା କେଜାଣି ସେ ସଙ୍ଗେ ସଙ୍ଗେ ଭିଣୋଇଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଲେ। ଏହା ଦେଖି ଲାଜେଇ ଯାଇଥିଲେ ବର। ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବରଙ୍କୁ ଶାଳୀ ଦେଇଥିବା ଚୁମ୍ବନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଦେଖି ୟୁଜର ମାନେ ମଧ୍ୟ ଅନେକ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଟେନ୍ସନ ନିଅନ୍ତୁନି। ଶାଳୀ ଅଧା ଘରବାଲି। ଏଭଳି ନାନା ପ୍ରକାର କମେଣ୍ଟ ଲେଖିଛନ୍ତି ୟୁଜର |






More Stories
ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ଟଙ୍କା…..
ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ…..
ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି…..