Report Card Odisha

| Daily Odia News

‘ଆମ୍ବ କୂଟନୀତି’କରି ଅପମାନ ହେଲା ପାକିସ୍ତାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ଆମ୍ବ କୂଟନୀତି’ କରି ଅପମାନିତ ହୋଇଛି ପାକିସ୍ତାନ | ଇମ୍ରାନ ଖାନ ‘ନୂଆ ପାକିସ୍ତାନ’ ର ନାରା ଦେଇ କ୍ଷମତାକୁ ଆସି ଦେଶ ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରୁଛନ୍ତି । ଅନ୍ୟ ଦେଶକୁ ଖୁସି କରିବା ପାଇଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ‘ଆମ୍ବ କୂଟନୀତି’ ଉପରକୁ ଓହ୍ଲାଇଆସିଛି । ପାକିସ୍ତାନ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ସୂରୁପ ପଠାଇଥିଲା ଆମ୍ବ । କିନ୍ତୁ ମାଗଣାରେ ବି କେହି ତାଙ୍କ ଆମ୍ବକୁ ସ୍ପର୍ଶ କରିନାହାନ୍ତି । ବନ୍ଧୁ ଚୀନ୍ ଏବଂ ଆମେରିକା ନିଜେ ପାକିସ୍ତାନର ଏହି ‘ଆମ୍ବ କୂଟନୀତିକୁ’ ନାପସନ୍ଦ କରିଛନ୍ତି । ସେମାନେ କରୋନା ସମୟରେ ସଂଗରୋଧର ଆଳ ଦେଖାଇ ଏଥିରୁ ଓହରି ଯାଇଛନ୍ତି । ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ବୁଧବାର ୩୨ରୁ ଅଧିକ ଦେଶର ମୁଖ୍ୟଙ୍କ ନିକଟକୁ ଆମ୍ବ ଭର୍ତ୍ତି ପେଟି ପଠାଇଥିଲା । କିନ୍ତୁ ଆମେରିକା ଏବଂ ଚୀନ୍ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । କେବଳ ଏତିକି ନୁହେଁ କାନାଡା, ନେପାଳ, ଇଜିପ୍ଟ ଏବଂ ଶ୍ରୀଲଙ୍କା ମଧ୍ୟ ଆମ୍ବ ଉପହାର ଗ୍ରହଣ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ଏହି ଲିଷ୍ଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନଙ୍କ ନା ଥିଲା । ହେଲେ ସେଠୁ ମଧ୍ୟ ସେମିତି କିଛି ଖାସ୍ ଉତ୍ତର ଆସିନି । ସୂଚନା ଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ପର୍ତବର୍ଷ ପାକିସ୍ତାନ ତରଫରୁ ଆମ୍ୱ ପଠାଯାଇଥାଏ ।

Breaking News