ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ସବୁବର୍ଗଙ୍କୁ କିଭଳି ଶୀଘ୍ର ଟିକାକରଣ କରାହେବ ସେଥିପ୍ରତି ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଏବେ ପ୍ରାୟ ୩୧ଟି ସହରାଞ୍ଚଳରେ ଟିକାକରଣ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟର ନିଜସ୍ୱ ସଂଗ୍ରହ ଟିକାରୁ ୭ଟି ଜିଲ୍ଲାର ୯ ପୌରାଞ୍ଚଳକୁ ୧ ଲକ୍ଷ ୧୩ହଜାର ୮୦୦ ପାନ ‘କୋଭିସିଲ୍ଡ’ ଟିକା ଦିଆଯାଇଛି। ଏଥିରେ ଯୁଦ୍ଧକାଳୀନ ଭିତ୍ତିରେ ଯୁବବର୍ଗଙ୍କୁ ଟିକାକରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ୭ ଜିଲ୍ଲାପାଳ ଓ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ମ୍ୟୁନିସିପାଲିଟି ଏବଂ ପୋଲସରା ଏନଏସିରେ ଯଥାକ୍ରମେ ୧୧ହଜାର ୧୯୧ ଏବଂ ୧୦ହଜାର ୪୮୭ ଯୁବବର୍ଗ ରହିଥିବାବେଳେ ହିଞ୍ଜିଳି ପାଇଁ ୬ହଜାର ୭୦୦ ଏବଂ ପୋଲସରା ପାଇଁ ୬୩୦୦ ପାନ ଟିକା ପ୍ରଦାନ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ମ୍ୟୁନିସିପାଲିଟିରେ ୨୮ହଜାର ୮୦୬ ଯୁବବର୍ଗ ରହିଥିବାବେଳେ ୧୭ହଜାର ୨୦୦ ପାନ, ଯାଜପୁରର ବ୍ୟାସନଗର ମ୍ୟୁନିସିପାଲିଟିରେ ୨୪ହଜାର ୨୫୬ ଯୁବକଙ୍କ ପାଇଁ ୧୪ହଜାର ୫୦୦, ଜଟଣୀ ମ୍ୟୁନିସିପାଲିଟିରେ ୨୩ହଜାର ୮୬୭ ଯୁବବର୍ଗଙ୍କ ପାଇଁ ୧୪ହଜାର ୩୦୦, କୋରାପୁଟର ଜୟପୁର ମ୍ୟୁନିସିପାଲିଟିରେ ୩୭ହଜାର ୪୩୪ ଯୁବବର୍ଗଙ୍କ ପାଇଁ ୨୨ହଜାର ୪୦୦, ସୁନାବେଡା ମ୍ୟୁନିସିପାଲିଟିର ୨୧ହଜାର ୧୬୫ ଯୁବବର୍ଗଙ୍କ ପାଇଁ ୧୨ହଜାର ୭୦୦, ଖରିଆର ଏନଏସିର ୯ହଜାର ୭୪ ଜଣଙ୍କ ପାଇଁ ୫୪୦୦ ପାନ, ସୁନ୍ଦରଗଡ଼ ରାଇରଙ୍ଗପୁର ମ୍ୟୁନିସିପାଲିଟିର ୨୩ହଜାର ୯୪୦ ଯୁବବର୍ଗଙ୍କ ପାଇଁ ୧୪ହଜାର ୩୦୦ ପାନ ଟିକା ପଠାଯାଇଛି।
More Stories
ବ୍ରିଜ ତଳକୁ ଖସିଲା ବସ୍…..
ସୁଭଦ୍ରା ପାଇଁ ନୂଆ ବ୍ୟବସ୍ଥା…..
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ….