ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁନ୍ ୩୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବ| । କୋଭିଡ୍-୧୯ ସଂକ୍ରମଣ ରୋକିବା ଓ ଯାତ୍ରୀ ନ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି | ଜୁନ୍ ୨୧ରୁ ୩୦ ମଧ୍ୟରେ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-କଟକ-ପୁରୀ(୦୮୪୩୨/୦୮୪୩୧), ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର(୦୮୪୯୩/୦୮୪୯୪), ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩) ଟ୍ରେନ୍। ଜୁନ୍ ୨୧ରୁ ଜୁଲାଇ ପହିଲା ମଧ୍ୟରେ ବାତିଲ ହେଉଥିବା ବିଶେଷ ଟ୍ରେନଗୁଡ଼ିକ ହେଲା, ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର (୦୮୪୪୫.୦୮୪୪୬), ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ବିଶାଖାପାଟଣା-କିରନ୍ଦୁଲ-ବିଶାଖାପାଟଣା, ବିଶାଖାପାଟଣା-କାଚେଗୁଡ଼ା-ବିଶାଖାପାଟଣା, ବିଶାଖାପାଟଣା-କଡପା-ବିଶାଖାପାଟଣା, ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଟ୍ରେନ୍। ଶନିବାର ଓ ରବିବାର ବାତିଲ୍ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ଭୁବନେଶ୍ବର-ପଲାସା-ଭୁବନେଶ୍ବର (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର (୦୨୮୯୨/୦୨୮୯୧) ଟ୍ରେନ୍। ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ (୦୮୪୨୮/୦୮୪୨୭) ଉଭୟ ଦିଗରୁ ଜୁନ୍ ୨୧ ଓ ୨୫ ଏବଂ ଜୁନ୍ ୨୮ରୁ ୩୦ ମଧ୍ୟରେ ପୁରୀ ଓ ତାଳଚେର ମଧ୍ୟରେ ଚାଲିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ। ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ(ପିଆରଏସ) କାଉଣ୍ଟର୍ ଖୋଲା ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..