Report Card Odisha

| Daily Odia News

ଘରୁ ଉଠାଇନେଇ ନାବାଳିକାଙ୍କୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ପୁଣି ଓଡ଼ିଶାରେ ଲଜ୍ଜା | ୧୪ ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରୁଆଁ ଥାନା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ- ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାଙ୍କୁ ପାଟିରେ କପଡା ଦେଇ ୨ ଜଣ ଯୁବକ ଉଠାଇ ନେଇଥିଲେ । ଘର ଠାରୁ କିଛି ଦୂରରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣ ପରେ ପୀଡିତା ତାଙ୍କ ମାଆକୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ବର୍ଗ ଏବାବଦରେ ଶୁକ୍ରବାର ରରୁଆଁ ଥାନାରେ ଅଭିଯୋଗ ହେଇଥିଲା । ସଙ୍ଗେ ସଙ୍ଗେ ରରୁଆଁ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତ ରବି ଚାତାର ଓ ଅତୁଲ ମହାକୁଡ଼କୁ ଗିରଫ କରିଛି । ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରରୁଆଁ ପୋଲିସ ସୂଚନା ଦେଇଛି ।

 

Breaking News