ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାମାରୀ ବ୍ଲାକ୍ ଫଙ୍ଗସରୁ ଅପ୍ଟିକ୍ ନ୍ୟୁରାଇଟିସ୍ର ପ୍ରଥମ ରୋଗୀ କାନପୁର ସହରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ହାଲେଟ୍ ହସ୍ପିଟାଲ ପକ୍ଷରୁ ରିପୋର୍ଟ କରାଯାଇଛି। ଏହି ଅପ୍ଟିକ୍ ନ୍ୟୁରାଇଟିସ୍ କାରଣରୁ ରୋଗୀଙ୍କ ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରୋଗୀର ଆଖି ନଷ୍ଟ ହୋଇଯାଏ। ଅପ୍ଟିକ୍ ନ୍ୟୁରାଇଟିସ୍ ବ୍ଲାକ୍ ଫଙ୍ଗସର ଏକ ନୂଆ ରୂପ। ଦାବି ହେଉଛି ଏହା କେବଳ ଦେଶରେ ନୁହେଁ ବରଂ ଦୁନିଆରେ ପ୍ରଥମ ମାମଲା । ଡାକ୍ତରମାନେ ମଧ୍ୟ ଉକ୍ତ ରୋଗୀଙ୍କ ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଅପ୍ଟିକ୍ ନ୍ୟୁରାଇଟିସରେ ପୀଡିତ ୩୦ ବର୍ଷୀୟ ଆଶିଷଙ୍କୁ ୧୫ ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା। ସେ ବ୍ଲାକ୍ ଫଙ୍ଗସରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।






More Stories
ବଳେନ୍ଦ୍ର ଶାହା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…..
ନୀତୀଶଙ୍କୁ ବିରୋଧ କଲେଣି ପରିବାର,ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି……
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ…..