ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରୁ ବିପୁଳ ଅର୍ଥ ଠକେଇ କରି ବିଦେଶକୁ ଫେରାର ଯୋଇଯାଇଥିବା ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କର ଏପର୍ଯ୍ୟନ୍ତ ମୋଟ ୧୮,୧୭୦.୦୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିସାରିଛି। ଏଥିସହିତ ଜବତ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଇତିମଧ୍ୟରେ ପିଏମଏଲଏ ଅଧୀନରେ ୯୩୭୧.୧୭ କୋଟି ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯାଇସାରିଛି। ସୂଚନାଯୋଗ୍ୟ ଯେ ଏହି ବ୍ୟବସାୟୀମାନେ ଭାରତରେ ଏକାଧିକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଜାଲିଆତି କରି ଋଣ ନେଇଥିଲେ। ତାହା ସେମାନେ ପରିଶୋଧ କରିବା ପରିବର୍ତ୍ତେ ଦେଶରେ ଦଣ୍ଡିତ ହେବାରୁ ରକ୍ଷା ପାଇବାକୁ ବିଦେଶ ପଳାଇ ଯାଇଥିଲେ।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..