ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏବେ ନୂଆ ଭାରିଏଣ୍ଟ୍ ସଙ୍କଟ ସୃଷ୍ଟି କରିଛି ।ଡେଲଟା ପରେ ଡେଲଟା ପ୍ଲସ୍ ଭାରିଏଣ୍ଟ୍ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ସାଂଘାତିକ ଭାରିଏଣ୍ଟ୍ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ- ରୋନାର ଏହି ଭୟଙ୍କର ଭାରିଏଣ୍ଟ୍ ଏବେ ୪ ରାଜ୍ୟକୁ ବ୍ୟାପି ସାରିଛି । ଦେଶର ଚାରୋଟି ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାମିଲନାଡ଼ୁ, ମହାରାଷ୍ଟ୍ର, କେରଳ ଓ ମହାରାଷ୍ଟ୍ରରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ମିଳିଛି । ସରକାରୀ ତଥ୍ୟ ଅନୁସାର ମଙ୍ଗଳବାର ଦିନ ଭାରତରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗା ଜିଲ୍ଲାରୁ ୧୬ କେସ୍ ଚିହ୍ନଟ ହୋଇଥିଲା । ଅନ୍ୟ ସଂକ୍ରମିତ କେରଳ ଓ ମଧ୍ୟପ୍ରଦେଶରୁ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ତେବେ ଏଭଳି ସ୍ଥିତି ଯଦି ଲାଗି ରହେ ତାହେଲେ ଡେଲଟା ଭାରିଏଣ୍ଟର ଏହି ନୂଆ ମ୍ୟୁଟେସନ ଯୋଗୁ ଦେଶବ୍ୟାପି ଆସିପାରେ କରୋନାର ତୃତୀୟ ଲହରୀ । ତେଣୁ ଏନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
More Stories
ଏଲ୍ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ……
ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ…..
ପରଲୋକରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ…..