ରିପୋର୍ଟ କାର୍ଡ / କଟକ
ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ କୋର୍ଟ କହିଛନ୍ତି । ଅନ୍ୟ ସ୍ଥାନରେ ରଥଯାତ୍ରା କରିବାକୁ ନେଇ ଦାୟର ପିଟିସନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ହସ୍ତକ୍ଷେପ କରିବାକୁ ସିଧା ମନା କରିଛନ୍ତି । କେନ୍ଦ୍ରାପଡ଼ା ବଳଦେବଜୀଉ ପୂଜକଙ୍କ ସମେତ ୫ଟି ପିଟିସନ୍ ହାଇକୋର୍ଟରେ ଦାୟର ହୋଇଥିଲା । ଆବେଦନକାରୀ କରୋନା କଟକଣା ଭିତରେ ରଥଯାତ୍ରା ନେଇ ଅନୁମତି ଦେବାକୁ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ କେବଳ ପୁରୀରେ ରଥଯାତ୍ରା ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ କେବଳ ପୁରୀର ବିନା ଭକ୍ତରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଛି । କରୋନା କଟକଣା ଭିତରେ ସମସ୍ତ ଆୟୋଜନ ହେବ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମକର୍ତ୍ତାଙ୍କୁ ନେଇ ରଥଯାତ୍ରାକୁ ଅନୁମତି ମିଳିଛି ।
More Stories
ପୁରୀରୁ ନବୀନଙ୍କୁ ଟାର୍ଗେଟ,ଆମେ ଆମର ସମସ୍ତ ପ୍ରତିଶ୍ରୁତି ପାଳନ କରିବୁ…..
ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ…..
ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି….