ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କିଛି ସପ୍ତାହ ହେଲା କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଗତ ମେ ୪ରେ ସମାପ୍ତ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିଲା। ଜୁନ ୪ରେ ସମାପ୍ତ ସପ୍ତାହରେ ତାହା ୨୬୨ଟି ଜିଲ୍ଲା ଓ ଏବେ ତାହା ୧୨୫ଟି ଜିଲ୍ଲାକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ସେହିପରି ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ମେ ୩ରେ ଦେଶର ଆରୋଗ୍ୟ ହାର ୮୧.୮ ପ୍ରତିଶତ ଥିବାବେଳେ ଏବେ ତାହା ୯୬.୭ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତ ସମେତ ସମଗ୍ର ବିଶ୍ବରେ ଏବେ କରୋନା ଭୁତାଣୁର ୪ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ତାହାକୁ ଆଲଫା, ବିଟା,ଗାମା ଓ ଡେଲଟା ଭାରିଆଣ୍ଟ ଭାବେ ନାମିତ କରାଯାଇଛି । ଡେଲଟା ଭାରିଆଣ୍ଟ ଭାରତରେ ଚିହ୍ନଟ ହୋଇଛି ଓ ଜଣେ ଭାରତୀୟ ବୈଜ୍ଞାନିକ ଏହାକୁ ଚିହ୍ନଟ କରିଛନ୍ତି ବୋଲି କେନ୍ଦ୍ର ବାୟୋଟେକନଲୋଜୀ ବିଭାଗର ସଚିବ ଡ.ରେଣୁ ସ୍ବରୂପ କହିଛନ୍ତି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..