ରିପୋର୍ଟ କାର୍ଡ / କଟକ
ଓଲିଉଡର ଚର୍ଚ୍ଚିତ ଯୋଡି ଅନୁଭବ-ବର୍ଷା ବିବାଦ ଲାଗି ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି | ଆଜି ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଅନୁଭବ ଗୁରୁବାର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ବର୍ଷା ଷଡଯନ୍ତ୍ର କରୁଛନ୍ତି । ଏହାସହିତ ସେ ତାଙ୍କ ଘର ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଥିବା ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି । ସେ ଅଭିଯୋଗରେ କହିଛନ୍ତି ଯେ, ଲଗାତାର କିଛି ଦିନ ହେଲା ସେ ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ଦେଖିବାକୁ ପାଉଛନ୍ତି । ଯେଉଁମାନେ ବିନା ଅନୁମତିରେ ହେଲମେଟ ପିନ୍ଧି ତାଙ୍କ ଘର ଆଗରେ ବୁଲୁଛନ୍ତି । ଯାହାଦ୍ୱାରା ତାଙ୍କ ପରିବାର ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ଅନ୍ୟପଟେ ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି । ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅନୁଭବ, ବର୍ଷାଙ୍କ ବିରୋଧରେ ଅପରାଧିକ ଓ ରାଜନୈତିକ ଷଡଯନ୍ତ୍ର ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସେ ଅନୁରୋଧ କରିଛନ୍ତି ।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……