ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଏକାଠି ନଜର ଆସିବେ ବଲିଉଡ୍ର ସୁପରଷ୍ଟାର ସଲମାନ ଖାଁ ଓ କ୍ୟାଟ୍ରିନା କୈଫ | ବଲିଉଡ୍ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା ଓ ସଲମାନ | ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ, ଏକ ଥା ଟାଇଗର, ଭାରତ ଓ ଟାଇଗର ଜିନ୍ଦା ହୈ ଭଳି ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

କିଛିଦିନ ହେବ କରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ଶୁଟିଂ ବନ୍ଦଥିବା ବେଳେ ଏବେ ପୁଣିଥରେ ସଲମାନ ଓ କରିନାଙ୍କ ଅଭିନୀତ ଫିଲ୍ମ ଟାଇଗର-୩ର ଶୁଟିଂ ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ୨୩ ତାରିଖରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।

ଏହା ପରେ ପରେ ଶୁଟିଂ ପାଇଁ ବିଦେଶ ଯିବାର ପ୍ଲାନିଂ ବି ହୋଇ ସାରିଥିବା ସୂଚନା ରହିଛି । ଏଥର କିନ୍ତୁ ଶୁଟିଂ ସେଟରେ ସମସ୍ତଙ୍କୁ ଦେଖିବାକୁ ମିଳିବ ନାହିଁ । କେବଳ ମୁଖ୍ୟ ଭୂମିକାରେ ଥିବା ଅଭିନେତା ଅଭିନେତ୍ରୀମାନେ ଶୁଟିଂ ସେଟ୍କୁୁ ଆସିବେ ବୋଲି କୁହାଯାଉଛି ।






More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..