ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଲେଟ୍ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅହମ୍ମଦାବାଦ୍-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜାତୀୟ ଦ୍ରୁତଗାମୀ ରେଳ ପରିଚାଳନାର ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କ ସହ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧ ହଜାର ୩୯୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ, ୧ ହଜାର ୩୫ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବା ଜଣାପଡିଛି । ୫୦୮ କିଲୋମିଟର ଦୂରତାର ଏହି ରେଳ ପ୍ରକଳ୍ପରେ ୮ଟି ଷ୍ଟେସନ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ଦୀର୍ଘଦିନ ହେଲା ରୂପାୟନ ହୋଇପାରୁ ନାହିଁ । ତେବେ ନୂଆ ରେଳମନ୍ତ୍ରୀ ଆସିବା ପରେ ଏହି ପ୍ରକଳ୍ପର ସମୀକ୍ଷା କରିବା ସହ ଅଗ୍ରଗତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..