ରିପୋର୍ଟ କାର୍ଡ / କଟକ
ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀଙ୍କ ମାମଲାରେ ସମାଧାନ ହୋଇପାରୁନାହିଁ | ବିବାହ ବିଛେଦ ମାମଲାରେ ଆଜି ଅବୁଭବ କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହଜାର ହୋଇଥିଳେ କିନ୍ତୁ ବର୍ଷା ଆସିନଥିଲେ । ତେଣୁ ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ପାରିବାରିକ ଅଦାଲତରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ । ଉଲ୍ଲେଖ ଯୋଗ୍ୟକି- ଜୁଲାଇ ୯ରେ ଅନୁଭବ-ବର୍ଷା କୋର୍ଟର ଆପୋଷ ବୁଝାମଣା କେନ୍ଦ୍ରରେ ମଧ୍ୟ ହାଜର ହୋଇଥିଲେ। ପରସ୍ପର ମଧ୍ୟରେ ଥିବା ସମସ୍ୟାର ସମାଧାନ ତଥା ଛାଡପତ୍ରରୁ ଦୂରେଇ ରହିବା ପାଇଁ ଉପାୟ ଖୋଜିବା ପାଇଁ ସେମାନଙ୍କୁ କାଉନସେଲିଂ ଅଧିକାରୀ ପରାମର୍ଶ ଦେଇଥିଲେ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..