ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ | ପ୍ରତିବର୍ଷ ଅଗଷ୍ଟମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିଫ୍ ଡେ ଭାବେ ପାଳନ କରାଯାଏ । ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତୁ ଜାଣିବା ଅଗଷ୍ଟମାସର ପ୍ରଥମ ରବିବାରକୁ କଣ ପାଇଁ ଫ୍ରେଣ୍ଡସିଫ୍ ଡେ ପାଳନ କରାଯାଏ | ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା। ୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଦିନଟିକୁ ସ୍ମରଣୀୟ କରିବା ପାଇଁ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ଉପହାର ଦିଆଯାଇଥାଏ ।ଯେପରି ଫ୍ରେଣ୍ଡସିଫ୍ କାର୍ଡ, ଫ୍ରେଣ୍ଡସିଫ୍ ବ୍ୟାଣ୍ଡ, ବିଭିନ୍ନ ପ୍ରକାର ବହି ଉପହାର ଦେଇଥାଉ । ଏହି ସବୁ ବ୍ୟତୀତ ଗଛ ଚାରା ଓ ଗୃହପାଳିତ ପଶୁ ମଧ୍ୟ ଉପହାର ଦିଆଯାଇ ପାରିବ । ଗୃହପାଳିତ ପଶୁ ଯେପରି କୁକୁର ଛୁଆ(ପପି) ଓ ବିରାଡି ଛୁଆ (କିଟେନ୍)କୁ ଆମେ ସମେସ୍ତ ଭଲପାଉ ବା ସ୍ନେହ କରୁ। ଗୃହପାଳିତ ପଶୁ ଉତ୍ତମ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଥାଆନ୍ତି । ସେମାନଙ୍କ ବନ୍ଧୁତ୍ୱ ଯେତିକି କୋମଳ ସେତିକି ବିଶ୍ୱାସଯୋଗ୍ୟ ମଧ୍ୟ। ଏମାନେ ବନ୍ଧୁତ୍ୱକୁ ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଥାଆନ୍ତି । ଭରସା ଯୋଗ୍ୟ ବନ୍ଧୁତ୍ୱ ସ୍ଥାପନା ପାଇଁ ଏମାନେ ସମାଜକୁ ବାର୍ତ୍ତା ଦେଇଥାଆନ୍ତି । ଗଛ ଲଗାଇବାକୁ ଭଲ ପାଉଥିବା ବା ଯାହା ସହ ଅଲଗା ହେବାକୁ ଚାହୁଁ ନ ଥିବା ବନ୍ଧୁଙ୍କୁ ଏକ ଗଛର ଚାରା ମଧ୍ୟ ଉପହାର ଦେଇପାରିବେ । ପ୍ରତିଦିନ ଗଛରେ ପାଣି ଦେବା ଅଭ୍ୟାସ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ କରିଥାଏ । ଗଛଟିଏ ନିଜର ସ୍ୱାର୍ଥ ସାଧନ ବିନା ସମସ୍ତଙ୍କର ହିତ କରିଥାଏ । ସେହିପରି ବନ୍ଧୁଟିଏ ନିଜ ସ୍ୱାର୍ଥ ଅପେକ୍ଷା ବନ୍ଧୁର ସ୍ୱାର୍ଥକୁ ପ୍ରାଧାନ୍ୟତା ଦେବା ସହ ଜୀବନର ସବୁ ସମୟରେ ତାକୁ ସାହାଯ୍ୟ କରିଥାଏ।






More Stories
ଅନ୍ତର୍ଜାତୀୟ ମହିଳା ଦିବସ:’ପାଇବା ପାଇଁ ଦେବା’……
ଆଜି ରଙ୍ଗର ପର୍ବ ହୋଲି…..
ଆଜି ମକର ସଂକ୍ରାନ୍ତି:ଦିନ ହେବ ବଡ଼…..