ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୯୫ହଜାର ୩୮୫ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୧୦,୫୫,୮୬୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଏଥି ସହିତ ଦେଶରେ ସଂପ୍ରତି ୪,୧୨,୧୫୩ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି। ଆରୋଗ୍ୟ ହାର ୯୭.୩୭% ରହିଥିବା ବେଳେ ଦୈନିକ ସଂକ୍ରମଣ ୧.୨୯% ରହିଛି। ଗତକାଲି ସୁଦ୍ଧା ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ କୋଟି ଡୋଜ ଟୀକା ଦିଆଯାଇଥିବା ବେଳେ ୪୭ କୋଟି ୮୩ ଲକ୍ଷ ୧୬ ହଜାର ୯୬୪ଟି ନମୁନା ପରୀକ୍ଷା କରାଯାଇଛି।






More Stories
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..