ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୯୫ହଜାର ୩୮୫ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୧୦,୫୫,୮୬୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଏଥି ସହିତ ଦେଶରେ ସଂପ୍ରତି ୪,୧୨,୧୫୩ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି। ଆରୋଗ୍ୟ ହାର ୯୭.୩୭% ରହିଥିବା ବେଳେ ଦୈନିକ ସଂକ୍ରମଣ ୧.୨୯% ରହିଛି। ଗତକାଲି ସୁଦ୍ଧା ୫୦ କୋଟି ୧୦ ଲକ୍ଷ ୯ ହଜାର ୬୦୯ କୋଟି ଡୋଜ ଟୀକା ଦିଆଯାଇଥିବା ବେଳେ ୪୭ କୋଟି ୮୩ ଲକ୍ଷ ୧୬ ହଜାର ୯୬୪ଟି ନମୁନା ପରୀକ୍ଷା କରାଯାଇଛି।
Discussion about this post