ରିପୋର୍ଟ କାର୍ଡ / ମୁମ୍ବାଇ
ମାଲାୟାଲମ୍ ଅଭିନେତ୍ରୀ ସରନ୍ୟା ଶାଶିଙ୍କ ପରଲୋକ ହୋଇଛି । ଗୋଟିଏ ପଟେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସରନ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ଅନ୍ୟପଟେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ଅଭିନେତ୍ରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିନେତ୍ରୀଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି, ‘ସରନ୍ୟା ସାହସର ସହିତ ଏହି ରୋଗ ସହ ଲଢିଥିଲେ ।’ ୩୩ ବର୍ଷୀୟା ସରନ୍ୟା ଦୀର୍ଘ ସମୟ ଧରି ବ୍ରେନ୍ ଟ୍ୟୁମର ସହିତ ଲଢୁଥିଲେ, ସେ ଅନେକ ଥର ସର୍ଜରୀ କରାଇଥିଲେ । ଏଥି ସହିତ, ଟ୍ୟୁମରର ଚିକିତ୍ସା ମଧ୍ୟରେ ସେ ଚଳିତ ବର୍ଷ ମେ ମାସରେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ସଂକ୍ରମଣରୁ ସୁସ୍ଥ ହେବା ସତ୍ତ୍ୱେ ତାଙ୍କ ଅବସ୍ଥା ବିଗିଡି ଯାଉଥିଲା। ସୂଚନା ଅନୁଯାୟୀ, କୋଭିଡର ଜଟିଳତା ହେତୁ ସରନ୍ୟାଙ୍କ ମୃତ୍ୟୁ ହୋଇଛି । ସରନ୍ୟା କନ୍ନୁର ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସେ କିଛି ଫିଲ୍ମରେ କାମ କରିଥିଲେ । ସେ କେରଳର ଜଣେ ଲୋକପ୍ରିୟ ଟିଭି କଳାକାର ଥିଲେ। ଯେତେବେଳେ ସରନ୍ୟା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ, ସେତେବେଳେ ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସମାନେ ତାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..