Report Card Odisha

| Daily Odia News

ରାଜ୍ୟରେ ଖୁବ୍ ଶୀଘ୍ର ହେବ ପଞ୍ଚାୟତ ଓ ପୌର ନିର୍ବାଚନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ସରକାର | ଖୁବ ଶୀଘ୍ର ନିର୍ବାଚନ ଆୟୋଗଙ୍କୁ ସରକାରଙ୍କ ପକ୍ଷରୁ ଅବଗତ କରାଯିବ। ତେଣୁ ରାଜ୍ୟରେ ଠିକ ସମୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ତେଣୁ ଖୁବ୍ ଶୀଘ୍ର ହେବ ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ତେଜୁଥିବା ବେଳେ ଆଜି ଏଥିନେଇ ପ୍ରତିକ୍ରିୟା ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଯାଉଛି । ଠିକ୍ ସମୟରେ ନିର୍ବାଚନ ହେବ। ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ପ୍ରସ୍ତୁତି ଚାଲିଛି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Breaking News