ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା | ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ କୁଲଗାମ୍ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି | ସେହିପରି କିସ୍ତଓ୍ବାର ଜିଲ୍ଲାରେ ଜଣେ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଗିରଫ କରାଯାଇଛି। ମୃତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଉସ୍ମାନ ଭାବେ ଚିହ୍ନଟ କରାଯାଇଛି। ସେହିପରି ଗିରଫ ହୋଇଥିବା ମୁଜମିଲ୍ ଶାହାଙ୍କ ପାଖରୁ ଏକେ-୪୭ ରାଇଫଲ ସହିତ ୩୦ ଗୁଳି ଜବତ ହୋଇଥିବା କଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାର ସୂଚନା ଦେଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….