ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ସାରା ଦେଶ ପାଳନ କରିବ ୭୫ ତମ ସ୍ୱତନ୍ତ୍ରତା ଦିବସ | ୧୫ ଅଗଷ୍ଟ ପୂର୍ବରୁ ଆତଙ୍କବାଦୀ ଦେଇଥିବା ଧମକକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ଧମକ ଦିଆଯାଇଥିଲା। ଦିଲ୍ଲୀ,ପଞ୍ଜାବ ଭଳି କେତେକ ଐତିହାସିକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ତଲାସି ଅଭିଯାନ ଜାରି ରହିଛି। ତାମିଲନାଡୁର ରାମେଶ୍ୱରମ ସମେତ ଅନେକ ହସ୍ପଟ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଯାଞ୍ଚ କରାଯାଉଛି | ସେହିପରି ଲୋକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..