ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ସାରା ଦେଶ ପାଳନ କରିବ ୭୫ ତମ ସ୍ୱତନ୍ତ୍ରତା ଦିବସ | ୧୫ ଅଗଷ୍ଟ ପୂର୍ବରୁ ଆତଙ୍କବାଦୀ ଦେଇଥିବା ଧମକକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ଧମକ ଦିଆଯାଇଥିଲା। ଦିଲ୍ଲୀ,ପଞ୍ଜାବ ଭଳି କେତେକ ଐତିହାସିକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ତଲାସି ଅଭିଯାନ ଜାରି ରହିଛି। ତାମିଲନାଡୁର ରାମେଶ୍ୱରମ ସମେତ ଅନେକ ହସ୍ପଟ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଯାଞ୍ଚ କରାଯାଉଛି | ସେହିପରି ଲୋକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..