ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ଭୟଙ୍କର ସ୍ଥିତି | ତାଲିବାନୀ ପୁରା ଦେଶକୁ ଅଧିକାର କରିନେଇଛି | ତାଲିବାନୀ ଶାସନ ଭୟରେ ଲୋକମାନେ ରନୱେକୁ ଯାଇ ଜବରଦସ୍ତ ବିମାନ ଉପରକୁ ଚଢ଼ୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସୁଛି ଦାରୁଣ ଚିତ୍ର । ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବେଶ ଭାଇରାଲ ହୋଇଛି । ବିମାନ ଉଡାଣ ବେଳେ ଖସିପଡି ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ସୂଚନା ଥାଉକି, କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା । ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ । କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ପତନ ସହିତ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି । ଛାତିଥରା ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..