ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ହୋଟେଲ-ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ କରାଯାଇଛି । ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ । ପ୍ରତିଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ ।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ମୁତାବକ, ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ବସ୍ତି ପିଲା ଡ୍ରଗ୍ସ ଖାଇ ଅପରାଧରେ ଲିପ୍ତ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଆଜି ଜଳେଶ୍ୱରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଡିଲ ବେଳେ ଜବତ କରିଛି ଏସଟିଏଫ । ୨ କେଜି ୪୦୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।
Discussion about this post