ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ସରକାରଙ୍କ ପତନ ଘଟିବା ପରେ ଆଫଗାନିସ୍ତାନକୁ ତାଲିବାନ କବଜା କରିଛି | ତାଲିବାନ ଶାସନକୁ ଭୟକରି ଆଫଗାନିସ୍ତାନ ଛାଡି ଲୋକେ ପଳାଇଯିବ କୁ ପ୍ରାଣମୂର୍ଚ୍ଛା ପ୍ରାୟଶଃ କରୁଛନ୍ତି | ଏହାକୁ ଦେଖିଲେ ଲାଗୁଛି ଲୋକତନ୍ତ୍ର ବିପଦରେ ସମ୍ମୁଖୀନ ହେବାକୁ ଯାଉଛି | ଆଫଗାନିସ୍ତାନରୁ ଅନେକ ଦେଶ ନିଜର ଦୂତାବସ ବନ୍ଦ କରି ନିଜର ନାଗରିକଙ୍କୁ ଫେରାଇ ନେଉଛନ୍ତି। କିନ୍ତୁ ଚୀନ ଆତଙ୍କବାଦୀ ସଙ୍ଗଠନକୁ ନିଜ ବନ୍ଧୁ ବୋଲି ଘୋଷଣା କରିଛି । ତାଲିବାନ ସହ ନିଜର ବନ୍ଧୁତ୍ବ ବଢ଼ାଇବାକୁ ଚାହୁଁଛି ବୋଲି ସୋମବାର କହିଛି ଚୀନ। ଏହା ପୂର୍ବରୁ ରବିବାର ତାଲିବାନ କାବୁଲ କବଜା କରିଛି। ଚୀନ ଆଫଗାନିସ୍ତାନ ନାଗରିକଙ୍କୁ ନିଜର ଭବିଷ୍ୟତ ବାଛିବାର ସ୍ବାଧୀନତାକୁ ସମ୍ମାନ ଜଣାଉଛି। ଏହା ସହ ଆଫଗାନିସ୍ତାନ ସହ ବନ୍ଧୁତା ବିକଶିତ କରିବା ଜାରି ରଖିବ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି। ଚୀନ ବ୍ୟତୀତ ରୁଷ ମଧ୍ୟ ତାଲିବାନ ସରକାର ସମର୍ଥନରେ ଆସିବାକୁ ସଙ୍କେତ ଦେଇଛି । ମଙ୍ଗଳବାର ରୁଷ ରାଷ୍ଟ୍ରଦୂତ ତାଲିବାନ ପ୍ରତିନଧିମଣ୍ଡଳ ସହ ସାକ୍ଷାତ କରିବେ ଏବଂ ଏହା ପରେ ଏନେଇ କୌଣସି ନିଷ୍ପତ୍ତି ହୋଇପାରେ । ଏହାରି ମଧ୍ୟରେ ବ୍ରିଟେନ ତାଲିବାନ ସରକାରକୁ ବିଶ୍ବସ୍ତରରେ ମାନ୍ୟତା ନଦେବାକୁ ଅପିଲ୍ କରିଛି । ସେପଟେ ଚୀନ ପ୍ରବକ୍ତା ଆହୁରି ମଧ୍ୟ କହିଛନ୍ତି, ‘ତାଲିବାନ ବାରମ୍ବାର ଚୀନ ସହ ଭଲ ସମ୍ପର୍କ ରଖିବାକୁ ଆଶା ପ୍ରକଟ କରିଆସିଛି। ତାଲିବାନ ଆଫଗାନିସ୍ତାନର ବିକାଶ ଏବଂ ପୁନଃନିର୍ମାଣରେ ଚୀନର ସହଭାଗିତା କାମନା କରୁଛି। ଆମେ ଏହାକୁ ସ୍ବାଗତ କରୁଛି।’ ଆଫଗାନିସ୍ତାନରେ ଚୀନର ଦୂତାବାସ ଏବେ ବି କାର୍ଯ୍ୟ କରୁଛି ବୋଲି ମଧ୍ୟ କହିଛନ୍ତି ହୁଆ। ଆମେରିକା ସେନା ଫେରିଯିବା ପରେ ଚୀନ ତାଲିବାନ ସହ ଅଣ ଆନୁଷ୍ଠନିକ ଆଲୋଚନା କରିଥିଲା । ଆଫଗାନିସ୍ତାନ ସହ ଚୀନର ୭୬ କିଲୋମିଟର ସୀମା ସଂଯୋଗ କରୁଛି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଶିଜିୟାଙ୍ଗ ପ୍ରାନ୍ତରେ ସଂଖ୍ୟାଲଘୁ ମୁସଲମାନଙ୍କ ସହାୟତାରେ ବିଚ୍ଛିନତାବାଦୀ ଏହି ଅଞ୍ଚଳକୁ କବଜା କରିନେବେ ବୋଲି ବେଜିଂକୁ ଭୟ ଥିଲା। କିନ୍ତୁ ଗତ ମାସ ତାଲିବାନର ଏକ ପ୍ରତିନଧିମଣ୍ଡଳ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ସାକ୍ଷାତ କରି ପ୍ରତିଶ୍ରୁତି ଦେଇଥିଲା ଯେ, ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ବେସ୍ କରିବାକୁ ଦିଆଯିବ ନାହିଁ। ଏହାର ପ୍ରତିବଦଳରେ ଚୀନ ଆର୍ଥିକ ସହାୟତା ଏବଂ ନିବେଶ ପାଇଁ କଥା ଦେଇଥିଲା। ଅନ୍ୟପଟେ ରୁଷ କାବୁଲରେ ନିଜର ଦୂତାବାସ ବନ୍ଦ କରିବାକୁ ନେଇ କୌଣସି ଯୋଜନାକୁ ମଞ୍ଜୁରୀ ଦେଇନଥିବା ବେଳେ ଏହା ସ୍ପଷ୍ଟ ହେଉଛି ସେଠାକାର ତାଲିବାନ ସରକାରକୁ ସମର୍ଥନ କରିପାରେ । ତାଲିବାନ ନେତୃତ୍ବଙ୍କ ସମ୍ପର୍କରେ ରାଷ୍ଟ୍ରଦୂତ ରହିଛନ୍ତି ବୋଲି ସୋମବାର ରୁଷର ବୈଦେଶିକ ମନ୍ତ୍ରାଳୟ ଅଧିକାରୀ ଜମିର ବାକୁଲୋବେ କହିଛନ୍ତି। ଯଦି ତାଲିବାନର ଆଚରଣ ଠିକ ରହିଲା ତେବେ ଏହାର ଶାସନକୁ ମାନ୍ୟତା ଦିଆଯାଇପାରେ ବୋଲି ବାକୁଲୋବେ କହିଛନ୍ତି।ଏଭଳି ସ୍ଥିତିକୁ ଦେଖିଲେ ଲାଗୁଛି ଭାରତର ଆଭିମୁଖ୍ୟ କଣ ରହୁଛି ତାହା ଉପରେ ନଜର | ତେବେ ଚୀନ-ରୁଷ ଏହି ଦୁଇଦେଶ ତାଲିବାନୀ ସରକାରଙ୍କୁ ସମର୍ଥନ ଦେଲେ ତାହା ଭାରତ ପାଇଁ ଏକ ବଡ଼ ଝଟକା ହେବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି । ଦେଖିବାକୁ ଗଲେ ଭାରତ କେବେ ଆତଙ୍କୀମାନଙ୍କୁ ସମର୍ଥନ କରିନାହିଁ । ତେଣୁ ତାଲିବାନକୁ ସମର୍ଥନ କରିବାର ପ୍ରଶ୍ନ ହିଁ ଉଠୁନି ବୋଲି ଚର୍ଚ୍ଚା ହେଉଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..