Report Card Odisha

| Daily Odia News

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା:ଆଜି ଗଜପତି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର ଜେରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ୪ ଜଣିଆ ପଚରାଉଚରା ଜାରି ରଖିଛି । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ ପଚରାଉଚରା ଚାଲିଛି। DFOଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର। ସୂଚନା ଅନୁସାରେ- ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରାଯାଇଥିଲା। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କ୍ଲିନ୍‌ଚିଟ୍‌ ଦେଇଥିଲେ।

 

Breaking News