ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ୪ ଜଣିଆ ପଚରାଉଚରା ଜାରି ରଖିଛି । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍ରେ ପଚରାଉଚରା ଚାଲିଛି। DFOଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର। ସୂଚନା ଅନୁସାରେ- ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍ଓଙ୍କୁ ପଚରାଉଚରା କରାଯାଇଥିଲା। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ କ୍ଲିନ୍ଚିଟ୍ ଦେଇଥିଲେ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..