ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ | ଏନେଇ ଛତିଶଗଡ ହାଇକୋର୍ଟ ଦୁରୁବାର ରାୟ ଶୁଣାଇଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ ହୋଇଥିବ ଏବଂ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସ୍ୱାମୀଙ୍କ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ । ଉପରୋକ୍ତ ବ୍ୟକ୍ତିଜଣଙ୍କୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଥିଲେ ମଧ୍ୟ ତେବେ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଧାରା ୩୭୭ ଅନୁଯାୟୀ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କାଏମ ରଖିଛନ୍ତି ହାଇକୋର୍ଟ।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..