ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗେହଲଟ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା ତାହା ବାତିଲ ହୋଇଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ଗେହଲୋଟ୍ଙ୍କୁ ସିସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍ ରହିଛି। ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। “ଗତକାଲି ଠାରୁ ମୋର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଆଞ୍ଜିଓପ୍ଲାଷ୍ଟି ହୋଇସାରିଛି। ମୁଁ ସୁସ୍ଥ ଅଛି ଏବଂ ଶୀଘ୍ର ଫେରି ଆସିବି। ତୁମର ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋ ସହ ଅଛି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..