Report Card Odisha

| Daily Odia News

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ | ଏନେଇ ଶୁକ୍ରବାର ବିଏମସି କମିସନର, ସେବାୟତ ଓ ଏଏସଆଇ କର୍ତ୍ତୃପକ୍ଷ ମନ୍ଦିର ଯାଞ୍ଚ କରିଛନ୍ତି । ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିସନର। ବିଏମସି କମିସନର ସଞ୍ଜୟ ସିଂ କହିଛନ୍ତି, ସେବାୟତ ଓ ଭକ୍ତଙ୍କ ଅସୁବିଧା ଯେଭଳି ନ ହେଉ, ମନ୍ଦିର ଯେମିତି ସୁରକ୍ଷିତ ରହିଛି ଆଗକୁ ଯେମିତି ରହିବ ସେ ନେଇ ବ୍ୟବସ୍ଥା କରାଯିବ। ସେବାୟତମାନେ ଯେଇଁ ଅଭିଯୋଗ ତାକୁ ତଦାରଖ କଲୁ। ମନ୍ଦିର ଓ ପ୍ରଭୁଙ୍କ ସୁରକ୍ଷା ସବୁଠାରୁ ଗୁରୁ ଦାୟିତ୍ୱ। ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି, ଏଥିରେ ରୁପା ଟ୍ୟାଗିଙ୍ଗ କରାଯିବ ବୋଲି ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି, ଏହାକୁ ଆମେ ଅନୁଧ୍ୟାନ କରୁଛୁ। ଏଣେ ଏନେଇ ଏ ଏସ ଆଇର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, କମ୍ପ୍ରିହେନସିଭ କଂଜର୍ଭେସନ ପ୍ଲାନ କରି କାର୍ଯ୍ୟ ଆରମ୍ଭ କରିବୁ। ଏବେ ମନ୍ଦିର ସିଂହଦ୍ୱାରର କାର୍ଯ୍ୟ ଚାଲିଛି। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଅପରପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ଆମେ ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିଲୁ। ଏନେଇ ସରକାର ଓ ଏଏସଆଇର ସହମତି ରହିଛି। ନାଟ୍ୟ ମଣ୍ଡପରେ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ, ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ବିଏମସି କମିସନର ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି | ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି

Breaking News