Report Card Odisha

| Daily Odia News

ପଙ୍କରେ ଲୋଟି ହେଉଥିବା ପ୍ରାଣୀଙ୍କ ବିଷୟରେ ଜାଣିଛନ୍ତି କି, ଯେମିତି ଘୁଷୁରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଶରୀରରୁ ଝାଳ ବାହାରିବା ଏକ ସ୍ୱାଭାବିକ ପ୍ରକ୍ରିୟା | ଏହା ଦ୍ୱାରା ଦୁଇଟି ମୁଖ୍ୟ କାର୍ଯ୍ୟ ସାଧିତ ହୋଇଥାଏ | ପ୍ରଥମତଃ ଝାଳ ଦେଇ ରକ୍ତରେ ଥିବା ବର୍ଜ୍ୟ ବସ୍ତୁ ନିଷ୍କାସିତ ହୋଇଥାଏ | ଦ୍ଵିତୀୟରେ ଏହା ଶରୀରର ତାପମାତ୍ରା କମାଇଥାଏ | ଚର୍ମ ଉପରି ଝାଳ ଯେତେବେଳେ ବାଷ୍ପୀଭୂତ ହୁଏ , ମସ୍ତସବେଳେ ଆମକୁ ଥଣ୍ଡା ଲାଗେ | ଚର୍ମ ତଳେ ରହିଥିବା ସ୍ବଦାଗ୍ରନ୍ଥୀ ଯୋଗୁଁ ଏପରି ଝାଳ ବାହାରିବା ସମ୍ଭବ ହୋଇଥାଏ | ମାତ୍ର ଘୁଷୁରି ଏପରି ଏକ ପ୍ରାଣୀ, ଯାହା ଶରୀରରୁ ଆଦୌ ଝାଳ ବାହାରେ ନାହିଁ | କାରଣ ଜନ୍ମରୁ ଏହାର କୌଣସି ଦ୍ବେଦଗ୍ରନ୍ଥୀନାହିଁ | ତେଣୁ କୌଣସି କାରଣରୁ ସେମାନେ ଶରୀରକୁ ଥଣ୍ଡା କରିବାକୁ ଚାହିଁଲେ, ପାଣିରେ ପଶିବା ବା କାଦୁଅ ପଙ୍କରେ ବୋଳି ହେବା ହିଁ ସେମାନଙ୍କ ପାଇଁ ସାର ହୋଇଥାଏ | ଏହି କାରଣରୁ ଘୁଷୁରିମାନେ ପ୍ରାୟ ଅଧିକାଂଶ ସମୟ କାଦୁଅରେ ଲଟରପଟର ହେଉଥିବା ଦେଖାଯାଏ |

Breaking News