ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ବଢ଼ିଲା ଆଧାର ଆଉ ପାନ୍ ଲିଙ୍କ୍ର ସମୟସୀମା | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶୁକ୍ରବାର ଦିନ ଆଧାର ସହିତ ପାନ୍ ଲିଙ୍କ୍ର ସମୟ ସୀମାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଆୟକର ବିଭାଗ ସୂଚନା ଦେଇଛି ଯେ କୋଭିଡ-୧୯ ମହାମାରୀ ହେତୁ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ ୬ ମାସ ବୃଦ୍ଧି କରାଯାଇଛି। ସରକାର ଚତୁର୍ଥ ଥର ପାଇଁ ଆଧାର-ପାନ୍ ଲିଙ୍କ୍ ସମୟସୀମାକୁ ସଂଶୋଧନ କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ କରୋନା ଦ୍ବିତୀୟ ତରଙ୍ଗ ଯୋଗୁ ସରକାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।






More Stories
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….