ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଭିନ୍ନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ ୮ଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସୁପାରିସ କରାଯାଇଥିବା ନାମଗୁଡିକ ହେଲା କଲକତା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦାଲ। ବିଚାରପତି ବିନ୍ଦାଲଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବ୍ୟତୀତ କଲକାତା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା, ମେଘାଳୟ, ଗୁଜରାଟ ଓ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ ନାମ ସୁପାରିସ କରାଯାଇଛି। ଏହା ସହିତ ୫ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ୨୮ ବିଚାରପତିଙ୍କ ବଦଳି ନିମନ୍ତେ କଲେଜିୟମ୍ ସୁପାରିସ କରିଛନ୍ତି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..