ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ | ଆଜି ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି | ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ଇସ୍ତଫା ଦେଇଛନ୍ତି | ନବଜୋତ ସିଂହ ସିଦ୍ଧୁ ଆଉ କେଉଁ ଦଳରେ ଯୋଗ ଦେବେ ନା କଂଗ୍ରେସରେ ରହି ନିର୍ଵାଚନ ପାଇଁ କାମ କରିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ସିଦ୍ଧୁ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ସହ କେବେ ବି ସାଲିସ କରିପାରିବି ନାହିଁ | ତେଣୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି | ତେବେ, ଦଳର ପ୍ରଦେଶ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ଜଣେ କର୍ମୀ ଭାବେ ଦଳରେ ସାମିଲ ରହିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖ ଯୋଗ୍ୟ- କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। କୁହାଯାଉଛି ଯେ ସିଦ୍ଧୁ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ, କିନ୍ତୁ ଦଳ ଅଲଗା ନିଷ୍ପତ୍ତି ନେଇଥିଲା। ଏହା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସେ ଲେଖିଛନ୍ତି ଯେ, ‘ଜଣେ ବ୍ୟକ୍ତିଙ୍କ ଚରିତ୍ରର ଅବନତି ଆପୋଷ ବୁଝାମଣାଠାରୁ ଆରମ୍ଭ ହୁଏ। ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର କଲ୍ୟାଣର ଏଜେଣ୍ଡା ଉପରେ ମୁଁ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ।






More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..