ରିପୋର୍ଟ କାର୍ଡ / ବଲାଙ୍ଗୀର
ଭିିଜିଲାନ୍ସ ଜାଲରେ ଜଣେ କୃଷି ଅଧିକାରୀ । ବର୍ତ୍ତମାନ ଲାଞ୍ଚର ଟ୍ରେଣ୍ଡ ଚାଲିଛି କହିଲେ ଅତୃପ୍ତି ହେବନି | ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢୀ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ମଙ୍ଗଳବାର ସକାଳ ସମୟରେ ସେ ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟେଧନ ବାରିକଙ୍କ ଠାରୁ ଲାଞ୍ଜ ନେବା ବେଳେ ଧରାପଡ଼ିଛନ୍ତି। ଅଚାନକ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଖବର ପାଇ ଚଢଉ କରିଥିଲେ। ଅନ୍ୟପଟେ କୃଷି ଅଧିକାରୀଙ୍କ ଘର ଯାଞ୍ଚ କରିବା ବେଳେ ଏକ ଗଞ୍ଜେଇ ପ୍ୟାକେଟ ମଧ୍ୟ ପାଇଛି ଭିଜିଲାନ୍ସ ବିଭାଗ । କୃଷି ଅଧିକାରୀଙ୍କୁ ଅଧିକ ପଚରା ଉଚରା କରୁଛି ଭିଜିଲାନ୍ସ ବିଭାଗ । ସେ ଆଗରୁ ଚାଷୀଙ୍କ ଠାରୁ ବାରମ୍ବାର ଲାଞ୍ଚ ନେଉଥିବା ତାଙ୍କ ନାଁ ରେ ଭିଜିଲାନ୍ସ ପାଖରେ ଅଭିଯୋଗ ହେଉଥିଲା। ସୂଚନା ଅନୁସାରେ-ସୋମବାର ଗୋପ ଥାନା ପୋଲିସ SAI ଲାଞ୍ଚମାଗି ଧାରାପଡ଼ିଥିଲେ |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..