ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍କୁ ସୁରାକ୍ ମିଳିଛି। ସେପଟେ ମନୀଷଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ ବୋଲି ସୂଚନା ମିଳୁଛି । ପୋଲିସ୍କୁ ସୁରାକରେ ମନୀଷ ବ୍ୟବହାର କରିଥିବା କାର୍ର ସନ୍ଧାନ ମିଳିଛି। ପୋଲିସ କାର୍କୁ ଜବତ କରି ତଦନ୍ତ ଚଳାଇଛି। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାର୍ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍କୁ ଯାଇଥିଲେ ବୋଲି ସୂଚନା ମିଳିଛି। ସେହି ଦିନ ମନୀଷଙ୍କ ସହ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସ୍ କୁମିଳିସାରିଛି | ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅନ୍ୟ ଜଣକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ପୋଲିସ୍ ଅନ୍ୟ ଜଣକୁ ଖୋଜୁଥିବା ସୂଚନା ମିଳିଛି |
More Stories
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡଶ ଅର୍ଥ କମିଶନ…..
କର୍ମଚଞ୍ଚଳ ରହିବେ…..
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..