Report Card Odisha

| Daily Odia News

କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ପରଲୋକ ଘଟିଛି। ୪୬ ବର୍ଷୀୟ ପୁନୀତ ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି | ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ନିଆଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ଆଇସିୟୁରେ ଭର୍ତ୍ତି କରିଥିଲେ। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ଶେଷରେ ହୃଦଘାତରେ ପୁନୀତ ସବୁଦିନ ପାଇଁ ଆଖି ବୁଜିଛନ୍ତି। ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମଇ ଅଭିନେତା ପୁନିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପାଇଁ ହସ୍ପିଟାଲ ପହଞ୍ଚିଥିଲେ। ସୂଚନାଯୋଗ୍ୟ, କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ ହେଉଛନ୍ତି ପୁନୀତ । ୨୯ରୁ ଊର୍ଦ୍ଧ୍ବ କନ୍ନଡ଼ ଫିଲ୍ମରେ ସେ ଅଭିନୟ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଶ୍ରେଷ୍ଠ ଶିଶୁ କଳାକାର ଭାବେ ସେ କର୍ଣ୍ଣାଟକ ରାଜ୍ୟ ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୨ରେ ଆପ୍ପୁ ଫିଲ୍ମରେ ସେ ପ୍ରଥମ ଥର ପାଇଁ ନାୟକ ସାଜିଥିଲେ।

Breaking News