ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳାମାନଙ୍କୁ ନେଇ ସେନାମୁଖ୍ୟ ଜେନେରାଲଙ୍କ ଚିନ୍ତାଧାରା ଶୀର୍ଷରେ ରହିଛି। କିଛି ବର୍ଷ ପରେ ମୋ ପଦବୀରେ ମହିଳା ମାନଙ୍କୁ ଦେଖିବି ବୋଲି ନ୍ୟାସନାଲ ଡିଫେନସ ଏକାଡେମୀ ଏନଡିଏର ଭାରତୀୟ ସେନାମୁଖ୍ୟ ଏମ୍ଏମ୍ ନରଓ୍ଵଣେ କହିଛନ୍ତି। ଲିଙ୍ଗଗତ ସମାନତା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ। ଯାହାକି ମହିଳାମାନଙ୍କୁ ଆଗକୁ ଆସିବାର ସହାୟକ ହେବ। ମହିଳା ମାନଙ୍କ ପାଇଁ ଏନଡିଏ ତାଲିମ ଦିଆଯିବା ବ୍ୟବସ୍ଥା କରାଯିବ ଏବଂ ପରେ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ନିୟୋଜିତ କରାଯିବ ବୋଲି ନରଓ୍ଵଣେ କହିଛନ୍ତି। ପୁଣେର ଏନଡିଏର ୧୪୧ତମ ପାଠ୍ୟକ୍ରମ ପ୍ୟାରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟମାନଙ୍କୁ ସମ୍ବୋଦ୍ଧିତ କରିଥିେଲେ। ସେ ସମୟରେ ସେ ମହିଳାମାନଙ୍କୁ ନେଇ ଏପରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ମାନଙ୍କ ପାଇଁ ଭିତ୍ତି ଭୂମି ଟିକିଏ ଅଲଗା ହେବ । ଏବଂ ମହିଳା କ୍ୟାଡେଟମାନଙ୍କ ପାଇଁ ଏନଡିଏର ପୋର୍ଟାଲ ଖୋଲାଯିବ। ସେପଟେ ଗତ ମାସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲା ଯେ ମହିଳା ପ୍ରାର୍ଥୀଙ୍କୁ ଏନଡିଏରେ ପ୍ରବେଶିକା ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯାଇଥିବା ବିଜ୍ଞପ୍ତି ଆସନ୍ତା ବର୍ଷ ମେ ମାସ ସୁଦ୍ଧା ବାହାରିବ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……