ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ କଟକଣା ମଧ୍ୟରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ କାଳୀନ ଅଧିବେଶନ | ଏହା ପୂର୍ବରୁ ଆସନ୍ତା ୨୯ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ପୂର୍ବରୁ ସମସ୍ତ ୩ ଦିନ ଧରି ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ-ହଲ୍ଲା କରିପାରିବେନି । ସିମଲାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି କି ସର୍ବଦଳୀୟ ବୈଠକରେ ସମସ୍ତ ଦଳକୁ ଏ ନେଇ ଜଣାଇ ଦିଆଯିବ | ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ କାଳୀନ ଅଧିବେଶନ । ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ୫ଟି ଛୁଟି ରହିଛି। ଦ୍ବିତୀୟ ଶନିବାର ଛୁଟି ଥିଲେ ମଧ୍ୟ ବିଧାନସଭା ବସିବ । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଶୀତ କାଳୀନ ଅଧିବେଶନ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..